ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ,୧୨/୫: ଆଜି ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ କହିଛି। ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ସୂଚନାଯୋଗ୍ୟ, ୨୦୧୯ ପ୍ରାକ୍‌-କୋଭିଡ୍‌ ଶିକ୍ଷା ବର୍ଷରେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୩.୪୦% ଥିଲା । ସେହିପରି, ଚଳିତ ବର୍ଷ ପାସ୍‌ ହାର ୯୯.୯୧% ଥାଇ ତିରୁଅନନ୍ତପୁରମ୍‌ ସର୍ବୋଚ୍ଚ ପାସ୍‌ ହାର ଅଞ୍ଚଳ ହୋଇଥିବା ବ‌େଳେ ୭୮.୦୫% ପାସ୍‌ ହାର ଥାଇ ପ୍ରୟାଗରାଜ ସର୍ବନିମ୍ନ ସ୍ତରରେ ରହିଛି ବୋଲି ବ‌ୋର୍ଡ ସୂଚନା ଦେଇଛି।