ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ !

ଭୁବନେଶ୍ୱର,୨୦/୭: ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ରେଜଲ୍ଟ । ଆସନ୍ତାକାଲି ସାଢ଼େ ୧୨ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ । ସିବିଏସଇର ଦଶମ ଓ ଦ୍ୱାଦଶ ସହିତ ଟର୍ମ-୨ର ରେଜଲ୍ଟ ବୋର୍ଡର ଅଫିସିଆଲ ୱେବସାଇଟ୍ www.cbse.nic.in ବ୍ୟତୀତ ଡିଜି ଲକର, ଉମଙ୍ଗ ଆପ୍ରେ ମଧ୍ୟ ଉପଲବ୍ଧ ହେବ । ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଗତ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ଦେଇନଥିଲେ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।