୩୧ ଜୁଲାଇ ସୁଦ୍ଧା ବାହାରିବ CBSE ଦ୍ୱାଦଶ ଫଳାଫଳ

ଭୁବନେଶ୍ୱର, ୧୭/୬: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରୁ ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ଫଳାଫଳ ବାହାରିବ ବୋଲି ସୂଚନା ମିଳିଛି। ICSE ପ୍ରୋଜେକ୍ଟ ଓ ପ୍ରାକ୍ଟିକାଲ ଆଧାରରେ ଫଳାଫଳ ବାହାରିବ। ସୁପ୍ରିମ୍‌ କୋର୍ଟରେ CBSE ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ପଦ୍ଧତି ନେଇ CBSE ଦ୍ବାରା ଗଠିତ କମିଟି ଓ ସରକାର ରିପୋର୍ଟ ଦାଖଲ କରିଛନ୍ତି । ଦଶମ ଓ ଏକାଦଶ ଶ୍ରେଣୀର ପ୍ରଦର୍ଶନ ବି ବିଚାରକୁ ନିଆଯିବ। ୧୦ମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ଆଧାରରେ ମୂଲ୍ୟାୟନ ହେବ ବୋଲି ଜଣାପଡ଼ିଛି।