ଭୁବନେଶ୍ୱର,୧୫/୦୨: ଆଜିଠାରୁ ସିବିଏସ୍ଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଉଭୟ ଶ୍ରେଣୀର ଥିଓରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଆଜି ପରି ପ୍ରତ୍ୟେକ ଦିନ ସକାଳ ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବ । ଆଜି ପ୍ରଥମ ଦିନରେ ଦଶମ ଶ୍ରେଣୀର ଇଂରାଜୀ ପରୀକ୍ଷା ରହିଛି । ୨୦ ତାରିଖରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ ତାରିଖରେ ହୋମ୍ ସାଇନ୍ସ ପରୀକ୍ଷା ରହିଛି। ସେହିପରି ପ୍ରଥମ ଦିନରେ ଦ୍ବାଦଶ ଶ୍ରେଣୀର ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ହେବ ।