CBSE ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ, ୩/୮: ଅପେକ୍ଷା ର ଘଟିଲା ଅନ୍ତ। ଏହାରି ମଧ୍ୟରେ ଆଜି ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । cbseresults.nic.in  ଓ CBSE.gov.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି। SMS ଜରିଆରେ ବି ଛାତ୍ରଛାତ୍ରୀ ପାଇପାରିବେ ପରୀକ୍ଷା ଫଳ । cbse10 <space> Roll number ଲେଖି 7738299899କୁ SMS କରି ରେଜଲ୍ଟ ପାଇପାରିବେ । କରୋନା ପାଇଁ ଏଥର ପରୀକ୍ଷା ବାତିଲ କରିଥିଲା CBSE। ରେଜଲ୍ଟ ପାଇଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ହୋଇଛି।

ଦଶମରେ  ୯୯.୦୪ ପ୍ରତିଶତ ପିଲା ପାସ୍ ହୋଇଛନ୍ତି। ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ ହୋଇଥିବା ବେଳେ ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ ହୋଇଛନ୍ତି।