CBSE ଦ୍ବାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୧/୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହା ଛାତ୍ରଛାତ୍ରୀ ଙ୍କ ପାଠପଢା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଦେଶରେ କରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। CBSE ଦ୍ବାଦଶ ପରୀକ୍ଷା ବାତିଲ କରାଯାଇଛି। ଦେଶବ୍ୟାପୀ ବାତିଲ କରାଯାଇଛି CBSE ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଏହାସହ ନିର୍ଦ୍ଦିଷ୍ଟ SOP ଜରିଆରେ ପରୀକ୍ଷାଫଳ ପ୍ରକାଶ କରିବ CBSE । ଫଳକୁ ନେଇ ଅସନ୍ତୁଷ୍ଟ ପିଲା ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେଇପାରିବେ ବୋଲି ସୂଚନା ମିଳିଛି।