ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର,୪/୮: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକସ୍ଥିତ ଘରେ ସିବିଆଇ ରେଡ୍ ହୋଇଛି । ମହିମାଙ୍କ କଟକ ଓଡ଼ିଶା ବଜାରସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ସିବିଆଇ ଚଢ଼ାଉର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଛି ।

ସୂଚନାଯୋଗ୍ୟ ଯେ ୨୦୧୬ ମସିହା ଅକ୍ଟୋବର ମାସରେ ପାରାଦୀପ ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ଥାଇଲାଣ୍ଡ ପୋଲିସ୍ । ତାଙ୍କ ସହଯୋଗୀ ବସନ୍ତ ବଳ ମଧ୍ୟ ଗିରଫ ହୋଇଥିଲେ । ତେବେ ତିନି ବର୍ଷ ପରେ ଅର୍ଥାତ୍ ୨୦୧୯ ଅକ୍ଟୋବର ମାସରେ ତାଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଥିଲା ।