ଇଡି ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ,୨୯/୦୮: ଇଡିର ଆସିଷ୍ଟାଣ୍ଟ ଡାଇରେକ୍ଟର ପୱନ କ୍ଷତ୍ରୀଙ୍କୁ ଗିରଫ କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତିରେ ପୱନ କ୍ଷତ୍ରୀ ୫ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ମାମଲା ଦାଏର କରାଯିବା ପରେ ମାମଲାର ଯାଞ୍ଚ କରାଯାଇ ତାଙ୍କୁ ଗିରଫ କରିଛି ସିବିଆଇ । ସୂଚନା ମୁତାବକ, ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରୁଥିବା ପୱନ କ୍ଷତ୍ରୀ ଅବକାରୀ ନୀତି ମାମଲାରେ ବ୍ୟବସାୟୀ ଅମନଦୀପ ସିଂହ ଢଲ୍ଲଙ୍କଠାରୁ ୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ । କ୍ଷତ୍ରୀଙ୍କ ସମେତ ଦୁଇ ଜଣ ଇଡି ଅଧିକାରୀଙ୍କ ବିରୋଧରେ ମାମଲା ଦାଏର ହୋଇଥିଲେ ବି କେବଳ କ୍ଷତ୍ରୀଙ୍କୁ ଗିିରଫ କରାଯାଇଥିବା ସୂଚନା ମିଳିଛି।