ବଡ଼ଦାଣ୍ଡରେ ଥିବା ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଭକ୍ତ

ପୁରୀ, ୩/୭: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଏଯାଏଁ ଟଳିନି। ତେଣୁ କରୋନା ଚେନ ଭାଙ୍ଗିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରହିଛି। ଏହାରିମଧ୍ୟରେ ଆଗକୁ ଆସୁଛି ରଥଯାତ୍ରା। ପୁରୀ ବଡ଼ଦାଣ୍ଡରେ ଥିବା ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଭକ୍ତ । ଖୁଣ୍ଟିଆ ନିଯୋଗ ସହ ପୁରୀ ଜିଲ୍ଲାପାଳଙ୍କ ବୈଠକ ପରେ ଏହିପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ଅପରାହ୍ନ ୪ଟା ୩୦ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଛତିଶା ନିଯୋଗ ବୈଠକ। ଏହାପରେ ରଥଯାତ୍ରା ପାଇଁ ଏସଓପି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।