ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା!

ପୁରୀ, ୫/୫: ଆଗକୁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ।କୋଭିଡ ସ୍ଥିତିକୁ ଦେଖି ୨ପ୍ରକାର ବ୍ୟବସ୍ଥା କରାଯାଇଛି। କୋଭିଡ ସଂକ୍ରମଣ ବଢ଼ିଲେ ବିନା ଭକ୍ତରେ ରଥଯାତ୍ରା ହେବାକୁ ଥିବା ବେଳେ କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ। ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ସବୁଜ ସଙ୍କେତ ମିଳିଥିବା ସୂଚନା ମିଳିଛି। ଯଦି କୋଭିଡ ସ୍ଥିତି ବଢେ ବିନା ଭକ୍ତରେ ରଥଯାତ୍ରା ହେବ। ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବ। କିନ୍ତୁ ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ ଦାବି ରହିିଛି । ସବୁ ବିଭାଗ ସେମାନଙ୍କର ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।