ରଥଖଳାରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ, ୨/୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।  ଏହାରିମଧ୍ୟରେ ଆଜି ପୁରୀ ରଥଖଳାରେ ପହଂଚିଛି ଚଳିତବର୍ଷର ପ୍ରଥମ ପର୍ଯ୍ୟାୟ ରଥକାଠ।
ନୟାଗଡ଼ ଦଶପଲ୍ଲାରୁ ୩ଟି ଟ୍ରକ୍‌ରେ ଆସି ପହଞ୍ଚିଛି ୬୩ ଖଣ୍ଡ ରଥକାଠ । ୬୩ ଖଣ୍ଡ ରଥକାଠ ମଧ୍ୟରୁ ୩୪ ଖଣ୍ଡ ଅସନ ଓ ୨୯ ଖଣ୍ଡ ଧଉରା କାଠ ଥିବା ସୂଚନା ମିଳିଛି।