ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିମନ୍ତ୍ରଣ

ପୁରୀ, ୧୧/୭: ଆସନ୍ତା କାଲି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥ ଉପରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସେ ନିମନ୍ତ୍ରଣ କରିଛନ୍ତି।

ରଥରେ  ୭ ଜଣଙ୍କୁ ନେଇ  ମହାପ୍ରଭୁଙ୍କୁ ଦର୍ଶନ କରିବେ ଜଗଦଗୁରୁ। ଏହାସହ ଘରେ ରହି ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ କରିଛନ୍ତି। ଗତ ବର୍ଷ ଭଳି ଏଥର ବି କରୋନା ଗାଇଡଲାଇନ ଭିତରେ ହେଉଛି ରଥଯାତ୍ରା।