ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ, ୬/୭: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ହେବ। ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଗଜପତି । ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଯିବେ କହିଛନ୍ତି ଗଜପତି । କିନ୍ତୁ ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା।