ଦୁଇଦିନର ଯାତ୍ରା ପରେ ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଁଚିଲା ତିନି ରଥ

ଭୁବନେଶ୍ୱର, ୮/୦୭: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ  । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।ଏଇଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ ।