କେନାଲକୁ ଖସିଲା କାର, ଜଣେ ମୃତ

ଭୁବନେଶ୍ୱର,୨୯/୫: କଟକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିପଡିଛି କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଆଉ ଜଣେ ଗୁରୁତର ଥିବା ସୂଚନା ମିଳିଛି।