ପୁଣି ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଭୁବନେଶ୍ୱର,୨୧/୨: ପୁଣି ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ସେ ବିବାହ କରିବେ ବୋଲି କୁହାଯାଉଛି । ଚଳିତ ମାସ ଶେଷ ସପ୍ତାହରେ ଉଭୟଙ୍କ ବିବାହ ହେବ । ପୁରୀରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଏହା ହେଉଛି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ।