ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ, ୧୮/୯:  ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ସେ ଦେଇଛନ୍ତି  । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।  ଏହାସହ ଏବେ ପଞ୍ଜାବ ରାଜନୀତିରେ ବଡ଼ ଧରଣର ଝଡ ସୃଷ୍ଟି ହୋଇଛି ।  ଅମରିନ୍ଦରଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।