ପଞ୍ଚାୟତ ନିର୍ବାଚନ: ଆଜି ପ୍ରକାଶ ପାଇବ ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୩/୧: ଆଗକୁ ଆସୁଛି ପଂଚାୟତ ନିର୍ବାଚନ। ଏଥି ପାଇଁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଗତକାଲି ପଞ୍ଚାୟତ ନିର୍ବାଚନ ନେଇ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଚାଲିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ହେବ । ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ସେହିପରି ୨୫ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ସୂଚନା ଯୋଗ୍ୟ ଯେ ସାରା ରାଜ୍ୟରେ ନାମାଙ୍କନ କରିଛନ୍ତି ମୋଟ ୨ ଲକ୍ଷ ୨୯ ହଜାର ୬୨ ପ୍ରାର୍ଥୀ। ସେମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ପାଇଁ ଲକ୍ଷ ୬୨,୨୯୭, ସରପଞ୍ଚ ପଦବୀ ପାଇଁ ୩୪,୬୧୩ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ସେହିପରି ସମିତି ସଭ୍ୟ ପଦବୀ ପାଇଁ ୨୮,୧୫୩ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ୩୯୯୯ ପ୍ରାର୍ଥୀ ନାମାଙ୍କନ କରିଛନ୍ତି।