କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚକୁ ମିଳିଲା ବଡ ପ୍ରମାଣ

ଭୁବନେଶ୍ୱର,୧୩/୪: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଜି ବଡ ପ୍ରମାଣ ମିଳିଛି । ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି। ଟାଙ୍ଗୀ ବନ୍ଦାଳ ଟୋଲ୍‌ ଗେଟ୍‌ ଦେଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ପାସ୍‌ କରିଥିବାର ତଥ୍ୟ ମିଳିଛି। ଫେବୃଆରୀ ୯ ତାରିଖ ରାତିରେ କାର୍ ଟୋଲ୍ ଗେଟ୍ ଦେଇ ପାସ୍ କରିଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଛି। ସେହିଦିନ ରାତି ୧୨ଟା ୦୮ରେ କାର୍‌ ଯାଇ ପୁଣି ୧ଟା ୫୯ରେ ଟୋଲ୍‌ ଗେଟ୍ ପାସ୍ କରିଥିଲା। ଟୋଲ୍ ଗେଟ୍‌ ଦେଇ ଶର୍ମିଷ୍ଠାଙ୍କ କାର୍ ପାସ୍‌ କରିଥିବାର ଫଟୋ ଓ ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାସଲ କରିଛି। ସୂଚନାଯୋଗ୍ୟ ଯେ ମାନସର ଶବ ନୟାଗଡ଼ରେ ପୋତିବା ପରେ ଅଭିଯୁକ୍ତମାନେ ଚଣ୍ଡିଖୋଲରେ ମାନସ ବ୍ୟବହାର କରିଥିବା ଚପଲ, ଇୟର ଫୋନ୍ ଓ କୋଦାଳ, ଗଇଁତି, ଅଖା ଇତ୍ୟାଦି ଫିଙ୍ଗି ଦେଇଥିଲେ। ଚଣ୍ଡିଖୋଲରେ ଏସବୁ ଜିନିଷ ଫିଙ୍ଗିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।