କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ଦୟାଲ ବୃଦ୍ଧାଶ୍ରମ ସିଲ୍

ଭୁବନେଶ୍ୱର, ୨୭/୩: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜୋରଦାର ତନାଘନା ଚାଲିଛି। ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କରିଛି
କ୍ରାଇମବ୍ରାଞ୍ଚ।ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିିିଛି। ଏହାସହ ଆଶ୍ରମରୁ କାଠ ଫାଳିଆ ଜବତ କରାଯାଇଥିବା ସୂଚନା ରହିଛି। କାଠ ଫାଳିଆ ହତ୍ୟାରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ
କରାଯିବ। ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗର ପ୍ରିଣ୍ଟ୍‌ ଓ ଫୁଟେଜ ସଂଗ୍ରହ କରାଯାଇଛି।