CAG ରିପୋର୍ଟ ପ୍ରକାଶିତ, ଓଡ଼ିଶାରେ ବଢ଼ିଛି ରାଜସ୍ବ

ଭୁବନେଶ୍ୱର,୩୧/୩: ଆଜି ସରିଲା ବିଧାନସଭା ବଜେଟ୍ ଅଧିବେଶନ। ମୋଟ୍‌ ୬ଟି କାର୍ଯ୍ୟ ଦିବସରେ ୨ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏହାସହ ଅଧିବେଶନରେ ମୋଟ୍ ୩୫୨ଟି ତାରକା ପ୍ରଶ୍ନ ଓ ୫୪୨ଟି ଅଣତାରକା ପ୍ରଶ୍ନ ଗୃହୀତ ହୋଇଛି। ସେହିପରି ୫ଟି ସରକାରୀ ବିଲ ପାରିତ ହୋଇଥିବା ବେଳେ ୫ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। CAG ରିପୋର୍ଟ ଅନୁସାରେ ରାଜସ୍ବ ଆଦାୟ କ୍ଷେତ୍ରରେ ଓଡ଼ିଶା ପାଇଁ ଭଲ ଖବର । ୨୦୨୦-୨୧ରେ ରାଜ୍ୟର GSDP ମୂଲ୍ୟ ୫, ୦୯, ୫୪୭ କୋଟି ଟଙ୍କା  ଥିବାବେଳେ ପୂର୍ବ ବର୍ଷ ତୁଳନାରେ ଏହା -୨.୨୪% ଥିଲା।