ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର,୨୪/୪: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ୧୫ ପ୍ରସ୍ତାବକୁ ମୋହର ମିଳିଛି ।  କଟକ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ । ସେହିଭଳି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି । ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ମିଳିବ ଆର୍ଥିକ ସହାୟତା । ଓବିସି କମିସନ ସଂଶୋଧନ ନେଇ ଆସିଲା ଅଧ୍ୟାଦେଶ । ଅବକାରୀ ସବ ଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିଭଳି ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ ହେବ ।