ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ରାଜସ୍ବ, ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ରହିଛି।ରାଜ୍ୟ ସରକାର ସହକାରୀ ସମବାୟ ନିବନ୍ଧକ କ୍ୟାଡର ପୁନର୍ଗଠନ ସହ ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ ବୈଠକରେ ମଂଜୁରୀ ଦେଇଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେବେ। ଗୋଶାଳର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ। ନୟାଗଡ଼ରେ ବଲାଙ୍ଗୀ ପାର୍କ ନିର୍ମାଣ ସଂପର୍କିତ ଏକ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଥିବା ସୂଚନା ମିଳିଛି।