କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ,୧୪ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର, ୨୭/୮: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୧୪ଟି ପ୍ରସ୍ତାବରେ  କ୍ୟାବିନେଟ ମୋହର ବାଜିଛି।ରାଜ୍ୟର ଇ-ଯାନ ନୀତି ,ବେସରକାରୀ ଅନୁଦାନପ୍ରାପ୍ତ କଲେଜର ପେନ୍‌ସନ ନିୟମରେ ସଂଶୋଧନ ହେବ। ସେହିପରି ଅଧ୍ୟକ୍ଷଙ୍କୁ  ସବୁ କର୍ମଚାରୀଙ୍କ ପ୍ରୋଭିଜନାଲ ପେନ୍‌ସନ ଦାୟିତ୍ବ ଦିଆଯିବ। ଅଧ୍ୟକ୍ଷଙ୍କ ଅସ୍ଥାୟୀ ପେନ୍‌ସନ ଦାୟିତ୍ବ ନେବେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ । ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟର D-ଗ୍ରୁପ‌ ନିଯୁକ୍ତି ପାଇଁ  ପୃଥକ ନିୟମ ହେବ। ଓଡ଼ିଶା ସାମାଜିକ ସୁରକ୍ଷା ସେବା ନିୟମରେ ସଂଶୋଧନକୁ ଅନୁମୋଦନ, ଜିଲ୍ଲା ଭିତରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ବଦଳି କରିବେ ଜିଲ୍ଲାପାଳ, ଅନ୍ୟ ଜିଲ୍ଲାକୁ ବଦଳି ପାଇଁ ବିଭାଗୀୟ ନିର୍ଦେଶକଙ୍କ ନିର୍ଦେଶ ଜରୁରୀ ବୋଲିି ମୁଖ୍ୟ ଶାସନ ସଚିବ କହିଛନ୍ତି।