ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୯/୮: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ସନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ କ୍ୟାବିନେଟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାଟିନେଟ୍ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ସୂଚନା ରହିଛି । ଶ୍ରୀକ୍ଷେତ୍ର ପରିକ୍ରମା ଯୋଜନା, ନିଯୁକ୍ତି ସର୍ତ୍ତାବଳୀ, ନଗର ଉନ୍ନୟନ ବିଭାଗର କିଛି ଏଜେଣ୍ଡା ଓ ପାନୀୟ ଜଳ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ, ପୂର୍ତ୍ତ ବିଭାଗର କିଛି ପ୍ରକଳ୍ପ, ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ ନିଷ୍ପତ୍ତି ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ସେହିପରି ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ସଫଳତା ପରେ ରାଜ୍ୟ ସରକାର କ୍ରୀଡ଼ା ସଂପର୍କିତ ଏକ ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି।