କ୍ୟାବିନେଟ ବୈଠକରେ କୃଷି କ୍ଷେତ୍ର ପାଇଁ ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ, ୮/୭: ନୂଆ ଟିମ୍ ପରେ କେନ୍ଦ୍ର କ୍ୟାବିନେଟ ମିଟିଂ ରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷକଙ୍କୁ ଲକ୍ଷେ କୋଟିର ସହାୟତା ଦେବାକୁ କେନ୍ଦ୍ର ଘୋଷଣା କରିଛି । କୃଷକ ଗୋଷ୍ଠୀକୁ ୨ କୋଟି ଯାଏ ଋଣ ସୁବିଧା ଦେବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି କେନ୍ଦ୍ର ନଡ଼ିଆ ବୋର୍ଡ ଆଇନରେ ସଂଶୋଧନକୁ କ୍ୟାବିନେଟର ମଞ୍ଜୁରି ମିଳିଛି। ଏଣିକି ନଡ଼ିଆ ବୋର୍ଡର ଅଧ୍ୟକ୍ଷ ହେବେ ଜଣେ ଅଭିଜ୍ଞ କୃଷକ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ କୋଭିଡ ପାଣ୍ଠିକୁ ୨୩ ହଜାର ୧୨୩ କୋଟି ଟଙ୍କା ଦିଆଯିବ । କୋଭିଡ୍‌ର ଦ୍ବିତୀୟ ଲହରର ମୁକାବିଲା ପାଇଁ ଏହି ରାଶି ମଞ୍ଜୁର ହୋଇଛି। ପାଣ୍ଠିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେ । କ୍ୟାବିନେଟ ବୈଠକ ପରେ ନୂଆ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏନେଇ ସୂଚନା ଦେଇଛନ୍ତି।