କ୍ୟାବିନେଟ ବୈଠକ ଶେଷ, ୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ୨୩/୧୦: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ବୈଠକରେ ମୋଟ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ୨୦୨୪-୨୫ ଖରିଫ ବିପଣନ ବର୍ଷ ପାଇଁ ନୂଆ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ସମେତ ସୁଭଦ୍ରା ଗାଇଡଲାଇନରେ ସଂଶୋଧନ, ‘ସମୃଦ୍ଧ କୃଷକ ଯୋଜନା’ର କାର୍ଯ୍ୟାନ୍ୱୟନ, ଓଡ଼ିଶା ଏୟାର କନେକ୍ଟିଭିଟି ପଲିସି ଓ ଓଡ଼ିଶା ଜିଏସଟି ଆଇନ-୨୦୧୭ରେ ସଂଶୋଧନ ପାଇଁ ଅଧ୍ୟାଦେଶ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *