କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କାଳିଆ ଯୋଜନାର ଆଉ ୩ ବର୍ଷ ମିଳିବ ଅର୍ଥରାଶି

ଭୁବନେଶ୍ୱର,୨୨/୦୨: ଚାଷୀମାନଙ୍କ ପାଇଁ ଖୁସୀଖବର। କାଳିଆ ଯୋଜନାର ଆଉ ୩ ବର୍ଷ ପାଇଁ ଅର୍ଥରାଶି ଯୋଗାଇ ଦିଆଯିବ। ଏହି ସମ୍ପର୍କିତ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଏହାଦ୍ୱାରା ରାଜ୍ୟର ସମସ୍ତ କାଳିଆ ହିତାଧିକାରୀ କୃଷକ ପରିବାର ଉପକୃତ ହେବେ । ସେହିଭଳି ୨୦୧୪ ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ମୋଟ ୧୭୮୯ ଜଣ ଶିକ୍ଷକ ଓ କର୍ମଚାରୀଙ୍କ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଧିତ ଦରମା ପାଇଁ ୨୭ ଦଶମିକ ୩୭ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପଂଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପିଇଓ ଓ ଭିଏଲଡବ୍ଲୁଙ୍କ ପଦୋନ୍ନିତ ହେବ ।