କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର,୨୨/୦୬: ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେହି ବୈଠକରେ ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନାରେ ୩୬୧ କିଲୋମିଟର ରାସ୍ତା ହେବ । ଏଥିପାଇଁ ୯୭୬ କୋଟିର ବ୍ୟୟବରାଦ କରାଯାଇଛି । ଅପହଞ୍ଚ ,ଦୁର୍ଗମ ଅଞ୍ଚଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀ କରଣ ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଗଞ୍ଜାମ ଶୀତଳାପଲ୍ଲୀରେ ହେବ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ । ହସ୍ପିଟାଲ ନିର୍ମାଣ ପାଇଁ ଟାଟାକୁ ୪୨ ଏକର ଜମି ଦିଆଯିବ । ରାୟଗଡା ମଝିଘରିଣିଆ ମନ୍ଦିରର ବିକାଶ ପାଇଁ ମାଗଣାରେ ୬ ଏକର ଜମି ଦିଆଯିବ ।