୨୦୨୮ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ,୯/୧୦: ବୁଧବାର ଦିନ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ହିତାଧିକାରୀ ଯୋଜନା ଅଧୀନରେ ମାଗଣା ରାସନ ଜାରି ରଖିବାକୁ କ୍ୟାବିନେଟ ଅନୁମତି ଦେଇଛି।ଏଥିପାଇଁ ମୋଟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।

ଏହା ସହିତ ଗୁଜୁରାଟର ଲୋଥାଲରେ ଜାତୀୟ ସାମୁଦ୍ରିକ ହେରିଟେଜ୍ କମ୍ପ୍ଲେକ୍ସ ନିର୍ମାଣ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଭାରତର ସମୃଦ୍ଧ ତଥା ବିବିଧ ସାମୁଦ୍ରିକ ଐତିହ୍ୟ ପ୍ରଦର୍ଶନ କରିବାକୁ ଏହି ପ୍ରସ୍ତାବର ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *