କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି, ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୮/୦୮: ଆଜି କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ ମଞ୍ଜୁରୀ ମିଳିଛି । ୧୩୮ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା ।  ସେହିପରି ସୁନ୍ଦରଗଡ଼ ସବଡେଗାରୁ ଛତିଶଡ଼ର ଭଲୁମୁଡ଼ାକୁ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି। ସେହିପରି ଜାମସେଦପୁର- ଆସାନସୋଲ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ମଞ୍ଜୁରି ମିଳିଛି ।

ସେହିପରି ଶିଳ୍ପ ଭିତ୍ତିଭୂମି କ୍ଷେତ୍ର ପାଇଁ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ୧୨ଟି ନୂଆ ଇଣ୍ଡଷ୍ଟ୍ରିଆଲ ସ୍ମାର୍ଟ ସିଟି ଗଠନ ପାଇଁ ୨୮ହଜାର ୬୦୨ କୋଟିର ବ୍ୟବସ୍ଥା ହୋଇଛି । ଏହି ୧୨ ପ୍ରକଳ୍ପ ୧୦ ରାଜ୍ୟରେ କରାଯିବ।