୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର, ୧୬/୦୨: ଆଜି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଯେମିତିକି ୟୁନିଫର୍ମ କିଣିବା ପାଇଁ ମିଳିବ ଟଙ୍କା। ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାକୁ ଦିଆଯିବ ୧ ହଜାର ଟଙ୍କା । ଏଥିରେ ଉପକୃତ ହେବେ ୭୦ ଲକ୍ଷ ମହିଳା । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର କିଣିବା ପାଇଁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ବୁଣାକାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଏବଂ କାରିଗର ସହାୟତା ଯୋଜନା ଉପରେ ବାଜିଛି କ୍ୟାବିନେଟ୍ ମୋହର । ଏହି ଯୋଜନାରେ ୪୦ରୁ ୮୦ ବର୍ଷ ବୟସର ମହିଳା ବୁଣାକାର ଏବଂ ୫୦ରୁ ୮୦ ବର୍ଷ ବୟସର ପୁରୁଷ ବୁଣାକାର ପାଇବେ ୨ ହଜାର ଟଙ୍କାର ଆର୍ଥିକ ସହାୟତା । ୮୦ ବର୍ଷରୁ ଅଧିକ ହୋଇଥିଲେ ପାଇବେ ୨୫୦୦ ଟଙ୍କାର ସହାୟତା ।  ୧୫୯ଟି ପ୍ରକଳ୍ପର ରୂପାନ୍ତରଣକୁ କ୍ୟାବିନେଟ୍ ମଂଜୁରୀ ମିଳିଥିବା ବେଳେ ୨ ହଜାର ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ରଖାଯାଇଛି ।