ମୋଦିଙ୍କ ଟିମ୍‌ରେ ସାମିଲ ହେଲେ ୨ ଓଡ଼ିଆ ମନ୍ତ୍ରୀ

ନୂଆଦିଲ୍ଲୀ, ୭/୭: ମୋଦିଙ୍କ  ଟିମ୍‌ରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ବିଶ୍ବେଶ୍ବର ଟୁଡୁ । ପ୍ରଥମ ଥର ଲୋକସଭା ସାଂସଦ ଆଉ ପ୍ରଥମ ଥର କେନ୍ଦ୍ରମନ୍ତ୍ରୀ ସେ ହୋଇଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗରେ ଥିଲେ ଇଞ୍ଜିନିୟର ।

ସେହିପରି ମୋଦିଙ୍କ  ଟିମ୍‌ରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ । ପ୍ରଥମ ଥର ରାଜ୍ୟସଭା ସାଂସଦ ଆଉ ପ୍ରଥମ ଥର କ୍ୟାବିନେଟ ମନ୍ତ୍ରୀ ହେଲେ ଅଶ୍ବିନୀ ବୈଷ୍ଣବ ।ସେ ପୂର୍ବତନ ପ୍ରଶାସନିକ ଅଧିକାରୀ ଥିଲେ ।