ଭାରତୀୟ ବାୟୁସେନାରେ ସାମିଲ ହେଲା C-295 ବିମାନ

ନୂଆଦିଲ୍ଲୀ,୨୫/୦୯: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି। ଆଜି ଗାଜିଆବାଦ ସ୍ଥିତ ହିଣ୍ଡେନ୍ ଏୟାରବେସରେ ଆୟୋଜିତ ସମାରୋହରେ ସି-୨୯୫ ପ୍ରଥମ ପରିବହନ ବିମାନ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ଏହି ବିମାନ ସ୍ପେନ୍ ଠାରୁ ୬ ହଜାର ୮୫୪ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ୨୦ ସେପ୍ଟେମ୍ବରରେ ଭଦୋଦରାରେ ପହଞ୍ଚିଥିଲା । ସୋମବାର ଏହା ହିଣ୍ଡେନ ଏୟାରବେସରେ ପହଞ୍ଚିିଲା ପରେ ଏହାକୁ ବାୟୁସେନାରେ ସାମିଲ କରାଯାଇଛି ।

ସ୍ପେନର ଏୟାରବସ୍ କମ୍ପାନୀରୁ ଭାରତ ଏହି ବିମାନ କ୍ରୟ କରିଛି । ଦେଶର ପ୍ରଥମ ଟେକ୍ନିକାଲ ମିଲିଟାରୀ ଟ୍ରାନ୍ସପୋର୍ଟ ପ୍ଲେନକୁ ଏୟାରବେସ କମ୍ପାନୀରୁ ଅଣାଯାଇଛି । ଏହି ବିମାନକୁ ଉଡାଇବା ପାଇଁ ବାୟୁସେନାର ପ୍ରଥମ ବ୍ୟାଚ୍ ବିଦ୍ଧିବଦ୍ଧ ତାଲିମ୍ ନେଇଛନ୍ତି । ସ୍ପେନରୁ ୧୬ଟି ବିମାନ ଅଣାଯାଉଥିବାବେଳେ, ଏହାପରେ ଭାରତରେ ହିଁ ସି-୨୯୫ ବିମାନ ପ୍ରସ୍ତୁତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।