ବାଇ ଲ ପ୍ରତ୍ୟାହାର ଦାବିରେ କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର, ୧୫/୨: ଭୁବନେଶ୍ବରର ମନ୍ଦିର ପାଇଁ ଐତିହ୍ୟ ଉପନିୟମ ପ୍ରସ୍ତାବ ପ୍ରସଙ୍ଗରେ ଉପନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଚିଠି ଲେଖିଛନ୍ତି।

ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ବାଇ ଲ ପ୍ରତ୍ୟାହାର ଦାବି ମଧ୍ୟ କରାଯାଇଛି।  କୌଣସି ଦେବଦେବୀ ମନ୍ଦିର ସଂପର୍କରେ ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ ବୋଲି ସେ କହିଛନ୍ତି। ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଉ। ଏହାସହ ଗଠନମୂଳକ ସହଯୋଗ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବକି ସିଏସ କହିଛନ୍ତି।