ଦେଶରେ ୩ ଲୋକସଭା ଏବଂ ୨୯ଟି ବିଧାନସଭା ଆସନରେ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ, ୩୦/୧୦: ଦେଶରେ ୩ଟି ଲୋକସଭା ଏବଂ ୨୯ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ନଭେମ୍ବର ୨ ତାରିଖରେ ଭୋଟ ଗଣତି ହେବ ବୋଲି ସୂଚନା ରହିିଛି।

ହିମାଚଳପ୍ରଦେଶର ମଣ୍ଡି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ଦାଦ୍ରା ଓ ନଗର ହାଭେଳି ର ୩ଟି ଯାକ ଆସନ ସାଂସଦଙ୍କ ପରଲୋକ ପରେ ଖାଲି ପଡ଼ିଥିବାରୁ ଉପନିର୍ବାଚନ ହେଉଛି। ସେହିପରି ଆସାମର ୫, ପଶ୍ଚିମବଙ୍ଗର ୪, ମଧ୍ୟପ୍ରଦେଶ ୩, ହିମାଚଳପ୍ରଦେଶ ୩, ମେଘାଳୟ ୩, ବିହାର ୨, ରାଜସ୍ଥାନ ୨
କର୍ଣ୍ଣାଟକ ୨, ଆନ୍ଧ୍ରପ୍ରଦେଶ ୧, ହରିୟାଣା ୧, ମହାରାଷ୍ଟ୍ର ୧,ମିଜୋରାମ ୧, ତେଲଙ୍ଗାନାରେ ବି ଗୋଟିଏ ଆସନରେ ମତଦାନ ଜାରି ରହିିଛି।