ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୨୦ରେ ବସ୍‌ ଧର୍ମଘଟ

ଭୁବନେଶ୍ବର,୧୮/୧୦: ଘରୋଇ ବସ୍‌ ମାଲିକ ସଂଘ ଆସନ୍ତା ୨୦ରେ ଧର୍ମଘଟ ଡକରା ଦେଇଛି। ରାଜ୍ୟ ସରକାରଙ୍କ ଦ୍ବାରା ନିକଟରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ମାଲିକମାନେ ଧର୍ମଘଟ ଡାକରା ଦେଇଛନ୍ତି। ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ କହିଛନ୍ତି ଯେ ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ। ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ। ଆମର ଇଚ୍ଛା ନଥିଲେ ବି ବନ୍ଦ ନିଷ୍ପତ୍ତି ନେଇଛୁ । କାଲି ସୁଦ୍ଧା ନିଷ୍ପତ୍ତି ନେଲେ ଆମେ ବନ୍ଦରୁ ଓହରିବୁ।