ଲକ୍‌ଡାଉନ ଖୋଲିଲେ ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ୱର, ୧୪/୭: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବସ ଚଳାଚଳ ବନ୍ଦ ରହିଥିଲା। ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଲକ୍‌ଡାଉନ ଖୋଲିଲେ ରାଜ୍ୟରେ ବସ୍ ଗଡ଼ିବ। ସଂକ୍ରମଣ କମିଲେ ସାରା ରାଜ୍ୟରେ ବସ୍ ଚଳାଚଳ କରିବ । ଏପରିକି ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ମଧ୍ୟ କରିପାରେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ
ବର୍ତ୍ତମାନ କ୍ୟାଟେଗୋରୀ Aରେ ଥିବା ଜିଲ୍ଲାରେ ବସ୍ ଚଳାଚଳ ହେଉଛି।