ବଢ଼ିଲା ଘରୋଇ ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ବର,୧୮/୪: ଡିଜେଲ ଦର ବଢ଼ିବା କାରଣରୁ ରାଜ୍ୟରେ ପୁଣି ଥରେ ଘରୋଇ ବସ୍‌ ଭଡ଼ା ବୃଦ୍ଧି ହୋଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୨ ପଇସା ବୃଦ୍ଧି ହୋଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି। ସେହିପରି ସୁପର ପ୍ରିମିୟମ ବସ୍‌ ଭଡ଼ା କିଲୋମିଟର ପିଛା ୬ ପଇସା ବଢ଼ିଛି । ‌ସେହିପରି ଘରୋଇ ବସ୍‌ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ସାଧାରଣ ବସ୍‌ରେ ଭଡା କିଲୋମିଟର ପିଛା ୯୦ରୁ ୯୨ ପଇସା ହୋଇଛି। ଯାତ୍ରୀମାନଙ୍କୁ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୯୪ ପଇସା ବଦଳରେ ୯୬ ପଇସା ଦେବାକୁ ପଡ଼ିବ। ଡିଲକ୍ସ ଓ ଏସିି ଡିଲକ୍ସ ବସ୍‌ ଭଡା କିଲୋମିଟର ପିଛା ୪ ପଇସା ବଢ଼ିଛି। ଡିଲକ୍ସ ବସ୍‌ରେ ଭଡା ୧ଟା ୩୧ ପଇସାରୁ ୧ଟଙ୍କା ୩୫ ପଇସା ହୋଇଛି। ଏସି ଡିଲକ୍ସ ବସ୍‌ ଭଡା ୧ ଟଙ୍କା ୫୯ ପଇସାରୁ ୧ ଟଙ୍କା ୫୯ ପଇସା ହୋଇଛି। ସୁପର ପ୍ରିମିୟମ ବସ୍‌ରେ ଯାତ୍ରୀମାନଙ୍କୁ ଏଣିକି କିଲୋମିଟର ପିଛା ୬ ପଇସା ଅଧିକ ଦେବାକୁ ହେବ। ସୁପର ପ୍ରିମିୟମ ଭଡା ୨ଟଙ୍କା ୪୭ ପାଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଥିବା ସୂଚନା ମିଳିଛି ।