ତେଲ ଦର ପରେ ବଢ଼ିଲା ଯାତ୍ରୀବାହୀ ବସ ଭଡା

ଭୁବନେଶ୍ୱର, ୧୬/୧୦: ତୈଳ ଦର ଲଗାତାର ଭାବେ ବୃଦ୍ଧି ପରେ ବସ୍ ଭଡ଼ା ବଢିଛି। ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି, ଡିଲକ୍ସ ଭଡ଼ା ୧.୨୯ରୁ ୧.୩୫, ଏସି ଡିଲକ୍ସ ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି, ସୁପର ପ୍ରିମିୟମ ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।