ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର, ୪/୩: ରାଜ୍ୟରେ ଦିନକୁ ଦିନକୁ ଆକାଶ ଛୁଆଁ ହେବାରେ ଲାଗିଛି ଡିଜେଲ ଦର । ଏନେଇ ଆଜି ରାଜ୍ୟରେ ବସ୍‌ ଭଡ଼ା ବଢିଥିବା ନେଇ ସୂଚନା ମିଳିଛି। ସାଧାରଣ ବସ୍‌ ଭଡ଼ା କିମି ପିଛା ୮୦ ପଇସାରୁ ୮୫ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡ଼ା ୮୪ ପଇସାରୁ ୮୯ ପଇସାକୁ ବଢ଼ିଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୧୧ ପଇସାରୁ ୧ ଟଙ୍କା ୨୧ ପଇସାକୁ ବୃଦ୍ଧି ପାଇଛି।ଏ.ସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୩୯ ପଇସାରୁ ବଢ଼ି ୧ ଟଙ୍କା ୪୯ ହୋଇଛି । ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ା ୨ ଟଙ୍କା ୧୭ ପଇସାରୁ ୨ ଟଙ୍କା ୩୨ ପଇସାକୁ ବୃଦ୍ଧି ପାଇଛି।