ବସରେ ଭୟାବହ ଅଗ୍ନିକାଣ୍ଡ: ଜଣେ ମହିଳା ମୃତ, ଅନେକ ଆହତ

ଭୁବନେଶ୍ୱର,୧୧/୧୧: ଖଡଗପୁରରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ କୋଲକତାରୁ ଓଡିଶା ଆସୁଥିବା ଏକ ବସରେ ଖଡଗପୁର ଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେନ୍ଦ୍ରାପଡାର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କର ନାମ ପୁଷ୍ପାଞ୍ଜଳି ଓ ସେ ପରିବାର ସହ ଘରକୁ ଫେରୁଥିଲେ । ସେପଟେ ଏହି ଅଗ୍ନିକାଣ୍ଡରେ ୩୦ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ମେଦିନୀପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବସରେ ଓଡିଶାର ୨୫ ଜଣ ଯାତ୍ରୀ ରହିଥିଲେ । କେନ୍ଦ୍ରାପଡା ଜିଲ୍ଲାରୁ ୧୬ ଜଣ, ପାରାଦୀରୁ ୨ ଜଣ ଓ ଯାଜପୁର ଜିଲ୍ଲାର ୭ ଜଣ ଯାତ୍ରୀ ସେହି ବସରେ ଥିଲେ ।