ବସ-ଟ୍ରକ ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଆହତ

ଭୁବନେଶ୍ୱର,୨/୧: କଟକ-ଚାନ୍ଦବାଲି ରାସ୍ତାରେ ଅଭାବନିୟ ଘଟଣା ଘଟିଛି। ସେଠାରେ ଏକ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ନିଶ୍ଚିନ୍ତକୋଇଲି ନିକଟ କଟରପଡା କଳା ପୋଲ ଠାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ବସ୍ ଡ୍ରାଇଭରଙ୍କ ପାଖରେ ବସିଥବା ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ୍ କଟର ଯୋଗେ ବସ୍ ଓ ଟ୍ରକକୁ କାଟି ଉଦ୍ଧାର କରାଯାଉଛି ।

କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା ।  ବସଟି ଆଗକୁ ବଢୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି ।