ପୋଖରୀକୁ ଖସି ପଡ଼ିଲା ବସ, ୧୭ମୃତ

ଭୁବନେଶ୍ୱର,୨୩/୦୭: ବାଂଲାଦେଶର ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଖରୀକୁ ଖସିପଡିଛି ବସ । ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୮ଜଣ ମହିଳା ରହିଛନ୍ତି । ୩୫ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ୫୨ ଜଣ କ୍ଷମତା ବିଶିଷ୍ଟ ବସରେ ୬୦ ରୁ ଅଧିକ ଲୋକ ଥିଲେ । ବସଟି ପିରୋଜପୁରର ଭଣ୍ଡାରିଆରୁ ଗତକାଲି ସକାଳ ପ୍ରାୟ ୯ ଟାରେ ଛାଡି ବରିଶାଲ-ଖୁଲନା ରାଜପଥରେ ଥିବା ଛତ୍ରକଣ୍ଡାଠାରେ ରାସ୍ତାକଡ଼ରେ ଥିବା ଏକ ପୋଖରୀରେ ଖସି ପଡିଥିଲା । ଓଭରଲୋଡ୍ ଯୋଗୁଁ ବସ୍ ତୁରନ୍ତ ବୁଡି ଯାଇଥିଲା ।