ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଆହତ

ଭୁବନେଶ୍ୱର,୧୪/୦୭: କୋକସରା ବ୍ଲକ ଆମପାଣି ଘାଟିରେ ୨୬ ନମ୍ବର ଜାତୀୟ ରାପଥରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ଏକ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ୨ ଆହତଙ୍କୁ କୋକସରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ ବସଟି ହାଇଦ୍ରାବାଦରୁ କଲମପୁର ଆସୁଥିବା ବେଳେ ଆଜି ସକାଳେ ଆମପାଣି ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସର କଣ୍ଡକ୍ଟର ଓ କଣ୍ଟେନରର ଡ୍ରାଇଭର ଆହତ ହୋଇଛନ୍ତି ।