୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ

ଭୁବନେଶ୍ୱର,୩୦/୧୦:ଆସନ୍ତା ୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ । ବସ ମାଲିକ ସଂଘ ଆଜି ଏହି ବଡ ନିଷ୍ପତି ନେଇଛି । ତେବେ ୧ ତାରିଖରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ । ଆଉ ଏହି ଦିନ ବ୍ଲକରୁ ଜିଲ୍ଲାରୁ ବସ ଗଡିବ ତାହାହେଲେ ଭବାନୀପାଟଣାରେ ୨୪ ଘଂଟା ଘରୋଇ ବସ ଚଳାଚଳ କରିବ ନାହିଁ ବସ ମାଲିକ ସଂଘ ଚେତାବନୀ ଦେଇଛି । ଏଥିରେ ୧୦ଟି ଜିଲ୍ଲା ବି ସାମିଲ ହେବ । ସେହିଭଳି କୌଣସି ରାଜନୈିତିକ ସଭାରେ ଘରୋଇ ବସ ସାମିଲ ହେବ ନାହିଁ ବୋଲି ସଂଘ ଘୋଷଣା କରିଛି ।