ଆଗକୁ ହେବନି ଧର୍ମଘଟ, ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର,୨୬/୧୦:  ମନ୍ତ୍ରୀଙ୍କ ସହ ଘରୋଇ ବସ ମାଲିକ ସଂଘର ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ସୂଚନା ଦେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ସେ କହିଛନ୍ତି ଯେ ସଂଘ ସହ ଆଲୋଚନା ସଫଳ ହୋଇଛି । ତାଙ୍କ ଦାବି ହେଉଛି ବ୍ଲକରୁ ଜିଲ୍ଲାକୁ ଗଡିବ ଲକ୍ଷ୍ମୀ ବସ । ସେମାନଙ୍କ ଦାବିକୁ ବିଚାର କରାଯାଉଛି । ୩୧ ତାରିଖ ଭିତରେ ଲିଖିତ ଦାବି ଦେବ ସଂଘ । ଆଗକୁ ଧର୍ମଘଟ ହେବନି, ସ୍ୱାଭାବିକ ଭାବେ ବସ ଚାଲିବ।ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସକୁ ନେଇ ଘରୋଇ ବସ ମାଲିକ ସଂଘ ବନ୍ଦ ପାଳନ କରିଥିଲେ ।