ସ୍ଥଗିତ ରହିଲା ବସ୍ ଧର୍ମଘଟ, ସ୍ୱାଭାବିକ ହେଲା ବସ୍ ସେବା

ଭୁବନେଶ୍ୱର,୨୧/୧୦: ସ୍ଥଗିତ ରହିଲା ବସ୍ ଧର୍ମଘଟ । ଆଜିଠୁ ରାଜ୍ୟରେ ପୁଣି ସ୍ୱାଭାବିକ ହେଲା ଘରୋଇ ବସ୍ ସେବା । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି ଘରୋଇ ବସ୍ ମାଲିକ ସଂଘ । ଏନେଇ ପ୍ରେସମିଟ୍ କରି ସଂଘ ସୂଚନା ଦେଇଛି । ତେବେ ରାଜ୍ୟରେ ଘରୋଇ ବସ୍ ଚାଲିବା ନେଇ ଦୀର୍ଘ ସମୟ ହେଲା ବୈଠକ ବସିଥିଲା । ବୈଠକ ପରେ ସଂଘ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛି । ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ତେବେ ରାଜ୍ୟ ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି । ଆଜି ରାତିରୁ ରାଜ୍ୟରେ ବସ୍ ଚଳାଚଳ ହେବ । ଆସନ୍ତାକାଲିଠୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ସଂଘ ସୂଚନା ଦେଇଛି ।