ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ

ଭୁବନେଶ୍ୱର,୯/୧୦: ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତି ନେଇଛି । ରବିବାର ଅଲ ଓଡିଶା ଘରୋଇ ବସ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ପରେ ଏହି ଘୋଷଣା ହୋଇଛି । ସରକାର ଆଲୋଚନାକୁ ଡାକିଲେ ନାହିଁ କି ଉଠାଯାଇଥିବା ଦାବି ମାନିଲେ ନାହିଁ ବୋଲି ସଂଘ ଅଭିଯୋଗ କରିଛି । ତେଣୁ ଦାବି ପୂରଣ ନ ହେବା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରିଛି ଘରୋଇ ବସ ମାଲି ସଂଘ ।