ଜୁଲାଇ ୧ରୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ନେଇ ଚେତାବନୀ

ଭୁବନେଶ୍ୱର,୧୧/୦୬: ଜୁଲାଇ ୧ରୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ନେଇ ଚେତାବନୀ ଦେଇଛି ସଂଘ  । ଦାବି ପୂରଣ ନ ହେଲେ ଧର୍ମଘଟ ହେବ। ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ। ସେ କହିଛନ୍ତି ଯେ ୬ ମାସ ବିତିଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରି ନାହାନ୍ତି। ବସର ପରମିଟ୍ ତୃତୀୟ ପକ୍ଷକୁ ହସ୍ତାନ୍ତର କାର୍ଯ୍ୟକାରୀ ହେଉନି। ଜାତୀୟ ରାଜପଥରେ ଯାତ୍ରୀ ଓହ୍ଲାଇବା ପାଇଁ ସ୍ୱତନ୍ତ୍ର ଯାଗା ମିଳୁନି ବୋଲି ସେ କହିଛନ୍ତି।